Googleର ସମସ୍ତ ସେବା, ଆପଣଙ୍କ ପାଇଁ କାର୍ଯ୍ୟ କରୁଛି
ଆପଣଙ୍କ Google ଆକାଉଣ୍ଟରେ ସାଇନ୍ ଇନ୍ କରି ଆପଣ ବ୍ୟବହାର କରୁଥିବା ସମସ୍ତ Google ସେବାରେ ଅଧିକ ସୁବିଧା ପାଆନ୍ତୁ। ଆପଣଙ୍କ Google ଅନୁଭୂତିକୁ ବ୍ୟକ୍ତିଗତକୃତ କରି ଏବଂ ଯେ କୌଣସି ସ୍ଥାନରୁ ଆପଣଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ଆକ୍ସେସ୍ କରିବା ସହଜ କରି ଆପଣଙ୍କ ଆକାଉଣ୍ଟ ଆପଣଙ୍କୁ ଆହୁରି ଅନେକ କିଛି କରିବାରେ ସାହାଯ୍ୟ କରେ।
ଆପଣଙ୍କୁ ସାହାଯ୍ୟ କରେ
ଆପଣ ସାଇନ୍ ଇନ୍ କଲେ, ଆପଣ ବ୍ୟବହାର କରୁଥିବା ସମସ୍ତ Google ସେବା, ଆପଣ ସର୍ବଦା ଆପଣଙ୍କ ସିଡୁଲ ଅନୁସାରେ କାର୍ଯ୍ୟକୁ ଠିକ୍ ଭାବେ ନିୟନ୍ତ୍ରଣ କରୁଥିବାକୁ ନିଶ୍ଚିତ କରିବା ପାଇଁ ଆପଣଙ୍କ Gmailକୁ ଆପଣଙ୍କ Google Calendar ଏବଂ Google Maps ସହିତ ସିଙ୍କ୍ କରିବା ପରି ଦୈନନ୍ଦିନ କାର୍ଯ୍ୟଗୁଡ଼ିକରେ ସାହାଯ୍ୟ କରିବାକୁ ଏକାଠି ସୂଚାରୁ ରୂପେ କାର୍ଯ୍ୟ କରିଥାଏ।
ଆପଣଙ୍କ ପାଇଁ ତିଆରି କରାଯାଇଛି
ଆପଣ ଯେ କୌଣସି ଡିଭାଇସ୍ କିମ୍ବା Google ସେବା ବ୍ୟବହାର କରନ୍ତୁ ନା କାହିଁକି, ଆପଣଙ୍କ ଆକାଉଣ୍ଟ ଆପଣ ଯେ କୌଣସି ସମୟରେ କଷ୍ଟମାଇଜ୍ ଏବଂ ପରିଚାଳନା କରିପାରୁଥିବା ସମାନ ଅନୁଭୂତି ଆପଣଙ୍କୁ ଦେଇଥାଏ।
ଆପଣଙ୍କୁ ସୁରକ୍ଷିତ ରଖେ
ଆପଣଙ୍କ Google ଆକାଉଣ୍ଟକୁ ଉଦ୍ୟୋଗ-ଜଗତର ମୁଖ୍ୟ ସୁରକ୍ଷା ଦ୍ୱାରା ସୁରକ୍ଷିତ କରାଯାଇଛି ଯାହା ଆପଣ ବିପଦଗୁଡ଼ିକରେ ପଡ଼ିବା ପୂର୍ବରୁ ସେଗୁଡ଼ିକୁ ସ୍ୱଚାଳିତ ଭାବେ ଚିହ୍ନଟ କରି ବ୍ଲକ୍ କରିବାରେ ସାହାଯ୍ୟ କରେ।
ସାହାଯ୍ୟ କରିବାକୁ ପ୍ରସ୍ତୁତ
ଆପଣ ଆପଣଙ୍କ ଆକାଉଣ୍ଟରେ ସେଭ୍ କରିଥିବା ସୂଚନାକୁ ବ୍ୟବହାର କରି ସ୍ୱଚାଳିତ ଭାବେ ପାସୱାର୍ଡ, ଠିକଣା ଏବଂ ପେମେଣ୍ଟ ବିବରଣୀ ପୂରଣ କରିବା ଦ୍ୱାରା ଆପଣଙ୍କ Google ଆକାଉଣ୍ଟ ଆପଣଙ୍କୁ ସମୟ ବଞ୍ଚାଇବାରେ ସାହାଯ୍ୟ କରିଥାଏ।
ଆପଣ ଆପଣଙ୍କ Google ଆକାଉଣ୍ଟରେ ସାଇନ୍ ଇନ୍ କଲେ ଆପଣ ବ୍ୟବହାର କରୁଥିବା ସମସ୍ତ Google ସେବା ଆପଣଙ୍କୁ ଆହୁରି ଅନେକ କିଛି କରିବାରେ ସାହାଯ୍ୟ କରିବାକୁ ଏକାଠି କାର୍ଯ୍ୟ କରେ। ଉଦାହରଣ ସ୍ୱରୂପ, ଆପଣଙ୍କୁ ଏୟାରପୋର୍ଟରେ ଠିକ୍ ସମୟରେ ପହଞ୍ଚିବାରେ ସାହାଯ୍ୟ କରିବାକୁ ଆପଣଙ୍କ Gmail ଇନବକ୍ସରେ ଥିବା ବିମାନଯାତ୍ରାର ସୁନିଶ୍ଚିତକରଣଗୁଡ଼ିକ ସ୍ୱଚାଳିତ ଭାବରେ ଆପଣଙ୍କ Google Calendar ଏବଂ Google Mapsରେ ସିଙ୍କ୍ ହେବ।
ସମଗ୍ର ଡିଭାଇସରେ YouTube ଭିଡିଓଗୁଡ଼ିକୁ ରିଜ୍ୟୁମ କରିବାଠାରୁ ଆପଣଙ୍କର କଣ୍ଟାକ୍ଟ ଏବଂ ପସନ୍ଦର Play Store ଆପ୍ସ ସହଜରେ ଉପଲବ୍ଧ ହେବା ପର୍ଯ୍ୟନ୍ତ, ଗୋଟିଏ ଥର ସାଇନ-ଇନ କରିବା ସମଗ୍ର Googleରେ ଏକ ବାଧାରହିତ ଅନୁଭୂତି ପାଇଁ ଅନୁମତି ଦିଏ। ଆପଣଙ୍କ Google ଆକାଉଣ୍ଟ ଆପଣଙ୍କ ପାଇଁ ସୁରକ୍ଷିତ ଏବଂ ଶୀଘ୍ର ତୃତୀୟ-ପକ୍ଷ ଆପ୍ସରେ ସାଇନ ଇନ କରିବ ା ମଧ୍ୟ ସହଜ କରିଥାଏ ଫଳରେ ଆପଣଙ୍କର ପସନ୍ଦଗୁଡ଼ିକ Google ବାହାରେ ମଧ୍ୟ ଆପଣଙ୍କ ସହ ରହିଥାଏ।
କେବଳ ଆପଣଙ୍କ ପାଇଁ
ଆପଣ ଆପଣଙ୍କ ଡାଟା ଏବଂ ସେଟିଂସରୁ କେବେ ବି ଗୋଟିଏ ଟାପରୁ ଅଧିକ ଦୂରରେ ନାହାଁନ୍ତି। କେବଳ ଆପଣଙ୍କ ପ୍ରୋଫାଇଲ୍ ଛବିରେ ଟାପ୍ କରି “ଆପଣଙ୍କ Google ଆକାଉଣ୍ଟ ପରିଚାଳନା କରନ୍ତୁ” ଲିଙ୍କ୍ ଅନୁସରଣ କରନ୍ତୁ। ଆପଣଙ୍କ ପ୍ରୋଫାଇଲ୍ ଛବିରୁ, ଆପଣ ସହଜରେ ସାଇନ୍ ଇନ୍, ସାଇନ୍ ଆଉଟ୍ କିମ୍ବା ଇନକଗ୍ନିଟୋ ମୋଡ୍ ଚାଲୁ କରିପାରିବେ।
ଯେତେବେଳେ ଗୋପନୀୟତା କଥା ଆସେ, ଆମେ ଜାଣିଛୁ ଗୋଟିଏ ବସ୍ତୁ ସମସ୍ତଙ୍କ ପାଇଁ ସମାନ ଭାବରେ ଉପଯୋଗୀ ହୋଇନପାରେ। ସେଥିପାଇଁ, ପ୍ରତ୍ୟେକ Google ଆକାଉଣ୍ଟରେ ବ୍ୟବହାର-କରିବାକୁ-ସହଜ ନିୟନ୍ତ୍ରଣ ଏବଂ ଗୋପନୀୟତା ଯାଞ୍ଚ ପରି ଟୁଲଗୁଡ଼ିକ ରହିଥାଏ ଯାହା ଫଳରେ ଆପଣ ଆପଣଙ୍କ ପାଇଁ ଉଚିତ ଗୋପନୀୟତା ସେଟିଂସ୍ ବାଛିପାରିବେ। ସହଜରେ ଚାଲୁ/ବନ୍ଦ ହୋଇପାରୁଥିବା ନିୟନ୍ତ୍ରଣଗୁଡ଼ିକ ମାଧ୍ୟମରେ ଆପଣଙ୍କ ଆକାଉଣ୍ଟରେ କେଉଁ ଡାଟା ସେଭ୍ ଅଛି ତାହାକୁ ମଧ୍ୟ ଆପଣ ନିୟନ୍ତ୍ରଣ କରିପାରିବେ ଏବଂ ତାରିଖ, ଉତ୍ପାଦ ଓ ପ୍ରସଙ୍ଗ ଅନୁଯାୟୀ ଆପଣଙ୍କ ଡାଟାକୁ ମଧ୍ୟ ଡିଲିଟ୍ କରିପାରିବେ।
ଆପଣଙ୍କ ବ୍ୟକ୍ତିଗତ ସୂଚନା — ଯେପରି କ୍ରେଡିଟ୍ କାର୍ଡ, ପାସୱାର୍ଡ ଏବଂ ଯୋଗାଯୋଗଗୁଡ଼ିକୁ — ଷ୍ଟୋର୍ କରିବାକୁ ଆପଣଙ୍କ Google ଆକାଉଣ୍ଟ ଆପଣଙ୍କୁ ଏକ ସୁରକ୍ଷିତ, ଗୋଟିଏ ସ୍ଥାନ ଯୋଗାଇଥାଏ ଯାହା ଫଳରେ ଆବଶ୍ୟକ ସ୍ଥଳେ ଏହା ସମଗ୍ର ଇଣ୍ଟର୍ନେଟରେ ଆପଣଙ୍କ ପାଇଁ ସର୍ବଦା ଉପଲବ୍ଧ ହୋଇଥାଏ।
ଆପଣଙ୍କ ସୂଚନାକୁ ଗୋପନୀୟ, ନିରାପଦ ଏବଂ ସୁରକ୍ଷିତ ରଖାଯାଉଛି
ଆପଣଙ୍କ Google ଆକାଉଣ୍ଟ ଆପଣଙ୍କ ବ୍ୟକ୍ତିଗତ ସୂଚନାକୁ ସ୍ୱଚାଳିତ ଭାବେ ସୁରକ୍ଷା କରେ ଏବଂ ଏହାକୁ ବ୍ୟକ୍ତିଗତ ଓ ସୁରକ୍ଷିତ ରଖେ। ପ୍ରତ୍ୟେକ ଆକାଉଣ୍ଟରେ କିଛି ଶକ୍ତିଶାଳୀ ଫିଚରଗୁଡ଼ିକ ରହିଥାଏ ଯେପରି ସ୍ପାମ୍ ଫିଲ୍ଟର୍ ଯାହା ଆପଣଙ୍କ ପାଖରେ ପହଞ୍ଚିବା ପୂର୍ବରୁ 99.9% ବିପଦଜନକ ଇମେଲଗୁଡ଼ିକୁ ବ୍ଲକ୍ କରେ ଏବଂ ବ୍ୟକ୍ତିଗତକୃତ ସୁରକ୍ଷା ବିଜ୍ଞପ୍ତିଗୁଡ଼ିକ ଯାହା ଆପଣଙ୍କୁ ସନ୍ଦେହଜନକ କାର୍ଯ୍ୟକଳାପ ଓ କ୍ଷତିକାରକ ୱେବସାଇଟ୍ ବିଷୟରେ ସତର୍କ କରେ।
ଆପଣଙ୍କ ଆକାଉଣ୍ଟକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବାକୁ ଏହି ସହଜ ଟୁଲ୍ ଆପଣଙ୍କୁ ବ୍ୟକ୍ତିଗତକୃତ ସୁପାରିଶଗୁଡ଼ିକ ଦେଇଥାଏ।
କେବଳ ଆପଣ ଆକ୍ସେସ୍ କରିପାରୁଥିବା ଗୋଟିଏ ସ୍ଥାନରେ ଆପଣଙ୍କ ପାସୱାର୍ଡଗୁଡ଼ିକୁ ସୁରକ୍ଷିତ ଭାବେ ସେଭ୍ କରୁଥିବା ଏକ ବିଲ୍ଟ-ଇନ୍ ପାସୱାର୍ଡ ମ୍ୟାନେଜର୍ ଆପଣଙ୍କ Google ଆକାଉଣ୍ଟରେ ରହିଥାଏ।